ଜଗା ଦର୍ଶନ ପରେ ବଦଳିଯାଇଥିଲା ମନ...
by Argus News
Wed, Jul 17 | 7:13 a.m.

ବାଲେଶ୍ଵର: ବାଲେଶ୍ଵର ଜିଲ୍ଲା ରସାଳପୁରର କାରିଗର ରାମଚନ୍ଦ୍ର ମହାରଣା । ରାମଚନ୍ଦ୍ର ନିଜର କୌଳିକ ବୃତ୍ତି ସମ୍ଭାଳିବା ସହ ପରିବାର ପ୍ରତିପୋଷଣ ପାଇଁ କାଠରେ ବିଭିନ୍ନ ଘରକରଣା ଓ ଆସବାବପତ୍ର ତିଆରି କରୁଥିଲେ। ହେଲେ ଜଗା ଦର୍ଶନ ପରେ ରାମଚନ୍ଦ୍ରଙ୍କ ମନ ବଦଳି ଯାଇଥିଲା । ଆଉ ସେଦିନ ଠାରୁ ତାଙ୍କ ନିହାଣ ଓ ବାରିଶି କେବଳ ଜଗନ୍ନାଥଙ୍କ ମୂର୍ତ୍ତି ଗଢିବାରେ ସମର୍ପିତ।  ଜଗତର ନାଥ ଜଗନ୍ନାଥ। .ସେ ଆକାର ଓ ନିରାକାର । ତାଙ୍କ ରୂପ ଅବର୍ଣ୍ଣନୀୟ । ଭାବ ବିନୋଦିଆ କାଳିଆ ଠାକୁର ନିଜ ଡୋରିରେ ସାରା ବିଶ୍ବକୁ ବାନ୍ଧି ରଖିଛନ୍ତି ।

ଧନୀରୁ ଗରିବ ସବୁ ତାଙ୍କର ଆପଣାର, ସବୁ ତାଙ୍କ ପ୍ରେମରେ ବନ୍ଧା । ବାଲେଶ୍ଵର ଜିଲ୍ଲା ରସାଳପୁରର କାରିଗର ରାମଚନ୍ଦ୍ର ମହାରଣା । ରାମଚନ୍ଦ୍ର ନିଜର କୌଳିକ ବୃତ୍ତି ସମ୍ଭାଳିବା ସହ ପରିବାର ପ୍ରତିପୋଷଣ ପାଇଁ କାଠରେ ବିଭିନ୍ନ ଘରକରଣା ଓ ଆସବାବପତ୍ର ତିଆରି କରୁଥିଲେ। ହେଲେ ଜଗା ଦର୍ଶନ ପରେ ରାମଚନ୍ଦ୍ରଙ୍କ ମନ ବଦଳି ଯାଇଥିଲା । ଆଉ ସେଦିନ ଠାରୁ ତାଙ୍କ ନିହାଣ ଓ ବାରିଶି କେବଳ ଜଗନ୍ନାଥଙ୍କ ମୂର୍ତ୍ତି ଗଢିବାରେ ସମର୍ପିତ। ନିମ୍ବ କାଠରେ ସେ ଛୋଟ ରୁ ବଡ଼ ଆକାରର ମୂର୍ତ୍ତି କରି ସ୍ଥାନୀୟ ବଜାରରେ ବିକ୍ରି କରିବା ସହ ରାଜ୍ୟ ତଥା ରାଜ୍ୟ ବାହାରକୁ ପଠାଉଛନ୍ତି । ଏଭଳି କି ବିଦେଶରେ ମଧ୍ୟ ତାଙ୍କ କଳାର ଚାହିଦା ବଢ଼ିଲାଣି ।

ତାଙ୍କ ମୂର୍ତ୍ତି ଦେଖିବାକୁ ଯେଭଳି ସୁନ୍ଦର ସେଭଳି ଆକର୍ଷଣୀୟ ।  ରାମଚନ୍ଦ୍ର ଜଣେ ଭଲ କାଠ କାରିଗର ଭାବରେ ସ୍ଥାନୀୟ ଅଞ୍ଚଳରେ ପରିଚିତ । ୧୯୯୬ ମସିହା ପରଠାରୁ ସେ କେବଳ ଜଗନ୍ନାଥଙ୍କ ମୂର୍ତ୍ତି ନିର୍ମାଣ କରିବାରେ ଲାଗିପଡିଛନ୍ତି । ସେ ଜଣେ ନିଆରା ଭକ୍ତ ଓ ଏଭଳି ମୂର୍ତ୍ତି ତିଆରି କରି ସେ ଖୁବ ଆନନ୍ଦ ପାଆନ୍ତି ବୋଲି କୁହନ୍ତି । ମୂର୍ତ୍ତି ନିର୍ମାଣ କାର୍ଯ୍ୟ ବେଳେ ଖୁବ ସୁଦ୍ଧତା ଅବଲମ୍ବନ କରିବାକୁ ପଡ଼େ। ସାନପୁଅ ମଧ୍ୟ ଏହି କାର୍ଯ୍ୟରେ ତାଙ୍କୁ ସହଯୋଗ କରନ୍ତି । ତାଙ୍କ ମୂର୍ତ୍ତି ଶାଳରେ ୫୦୦ ଟଙ୍କା ରୁ ଆରମ୍ଭ କରି ୩୦ହଜାର ଟଙ୍କା ପର୍ଯ୍ୟନ୍ତ ମୂର୍ତ୍ତି ମିଳେ ।  ଭଗବାନ ଓ ଭକ୍ତର ସମ୍ପର୍କ ଅବର୍ଣ୍ଣନୀୟ, ଅଲୌକିକ।  ।

ଉଚ୍ଚ ଜୁଆର
10m ago
ଉଚ୍ଚ ଜୁଆର ମାଡ଼ରେ ଭାଙ୍ଗିଲା ମତ୍ସ୍ୟଜୀବୀଙ୍କ ଆଶ୍ରୟସ୍ଥଳ
ଅର୍ଗସ ବ୍ୟୁରୋ: ଗଞ୍ଜାମରେ ଅଶାନ୍ତ ସମୁଦ୍ର। ଉଚ୍ଚ ଜୁଆର ମାଡ଼ରେ ଭାଙ୍ଗିଲା ମତ୍ସ୍ୟଜୀବୀଙ୍କ ଆଶ୍ରୟସ୍ଥଳ। ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି
ରାଇବଣିଆ ଅଞ୍ଚଳରେ
13m ago
ରାଇବଣିଆ ଅଞ୍ଚଳରେ ୭୦ ଟିକିଆ ଝାଡ଼ଖଣ୍ଡି ହାତୀପଲଙ୍କ ଉପଦ୍ରବ
ଅର୍ଗସ ବ୍ୟୁରୋ: ବାଲେଶ୍ବର ଜିଲ୍ଲା ଜଳେଶ୍ଵର ବ୍ଲକ ରାଇବଣିଆ ଅଞ୍ଚଳରେ ୭୦ ଟିକିଆ ଝାଡ଼ଖଣ୍ଡି ହାତି ପଲର ଉପଦ୍ରବ। ଲୋକେ ଭୟଭୀତ ଅଛନ୍ତି। ସୂଚନା ଅନୁଯାୟୀ ଗତକାଲି ରାତିରେ ରାଇବଣିଆର ଲୁହାପଡ
ଆଜିଠାରୁ ଏକମାସ
ଆଜିଠାରୁ ଏକମାସ ଧରି କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳି
ଅର୍ଗସ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। 12 ମାସ ମଧ୍ୟରୁ ଧର୍ମ ଓ ପୂଣ୍ୟର ମାସ ହେଉଛି କାର୍ତ୍ତିକ ମାସ। ଏଥିପାଇଁ ଶ୍ରୀକ୍ଷେତ୍ର ସମ୍ପୂର୍ଣ୍ଣ ଚଳଚଞ୍ଚଳ ହୋଇଛି। ସକାଳ